। ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ - ଏ, ଡି ରହିଛି । କ୍ଷୀରରେ କ୍ୟାଲସିୟମ ଥିବାରୁ ଏହା ହାଡ ଏବଂ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହା ମାଂସପେଶୀ କୁ ସୁଦୃଢ କରିବାରେ ମଧ୍ୟ ସାହାଯ୍ୟ କରେ । ବିଶେଷଜ୍ଞମାନେ କହିଛନ୍ତି ଯେ କ୍ଷୀର ପିଇବା ଦ୍ୱାରା କ୍ଷତି ବହୁତ ଅଳ୍ପ, କିନ୍ତୁ ଏହା ନିଶ୍ଚିତ ଭାବରେ ସାସ୍ଥ୍ୟ ପ୍ରତି କିଛିଟା ସମସ୍ୟା ସୃଷ୍ଟି କରିପାରେ ଲିଭର ଓ କିଡନୀ ପାଇଁ ବିପଦ ହୋଇପାରେ କ୍ଷୀର । ବିଶେଷଜ୍ଞମାନେ କହିଛନ୍ତି କି ବେଳେବେଳେ କ୍ଷୀର ପିଇବା ଦ୍ୱାରା ଲିଭର ଓ କିଡନୀ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହାର ମୁଖ୍ୟ କାରଣ ହେଉଛି କ୍ଷୀରରେ --ମିଶୁଥିବା ଅନେକ ସାମଗ୍ରୀ । ଯଦି ଲଗାତାର ଅନେକ ମାସରୁ ସେହି କ୍ଷୀରକୁ ପିଉଛନ୍ତି, ତେବେ ଏହାର ପ୍ରଭାବ ଲିଭର ଏବଂ କିଡନୀ ଉପରେ ପଡିପାରେ । ଏହା ସହ ଅନ୍ୟାନ୍ୟ ସାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ
କ୍ଷୀରରେ ଲାକ୍ଟୋଜ୍ ଥିବାରୁ ଏହା ହଜମ ଶକ୍ତି ସହ ଜଡିତ ଥିବା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ତେବେ କିଛି ଲୋକଙ୍କଠାରେ କ୍ଷୀର ପିଇବା ଦ୍ୱାରା ଗ୍ୟାସ୍, ପେଟ ଫୁଲିବା, ପେଟ ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ । ଅଧିକ ପରିମାଣରେ କ୍ଷୀର ପିଇବା ଉଚିତ୍ ନୁହେଁ କୌଣସି ଖାଦ୍ୟ ଅଧିକ ମାତ୍ରାରେ ଖାଇବା ସାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ସେଥିପାଇଁ କ୍ଷୀର ମଧ୍ୟ ଖାଦ୍ୟ ସହିତ ସମାନ । ଏଥିପାଇଁ ବିଶେଷଜ୍ଞମାନେ କ୍ଷୀରକୁ ଅଧିକ ନପିଇବାକୁ ପରାମର୍ଶ ଦିଅନ୍ତି । ବିଶେଷକରି ସେହି ପିଲାମାନେ, ଯେଉଁମାନେ କ୍ଷୀରରେ ମିଳୁଥିବା କେସିନ୍ ପ୍ରୋଟିନକୁ ହଜମ କରିପାରନ୍ତି ନାହିଁ । କାହିଁକି ନା ଏହା ସେମାନଙ୍କ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ
Post a Comment