Subhadra Yojana: କାଲି ଆସିବ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା; ହେଲେ ଏମାନଙ୍କୁ ମିଳିବନି

 ଆଉ ମାତ୍ର ୧ ଦିନ ପରେ ମିଳିବ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଫେବୃଆରୀ ୮ ତାରିଖରେ ଆସିବ ସୁଭଦ୍ରା ଟଙ୍କା । ଯାଜପୁରରେ ଦିଆଯିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଏ ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା



ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଥିଲେ, ବାକିଥିବା ଇ-କେୱାଇସି ଆଉ NPCIରୁ ପାଖାପାଖି ୨୫ ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେୱାଇସି କରିବାକୁ ବାକି ଅଛି

ଯେଉଁମାନେ NPCI କ୍ଲିୟର କରିନାହାନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କରୁ ଫୋନ ଆସିଛି ସେମାନେ ୮ ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ କରାଇ ନେବାକୁ ଅପିଲ କରିଥିଲେ ଉପମୁଖ୍ୟମନ୍ତ୍ରୀ । NPCI କ୍ଲିୟର ନହେଲେ ଟଙ୍କା ଆକାଉଣ୍ଟକୁ ଆସିବ ନାହିଁ 

ବ୍ୟାଙ୍କ ଯାଇ ବାୟୋମେଟ୍ରିକ ସହ NPCI କରିବାକୁ ଆବେଦନକାରୀଙ୍କୁ ଅପିଲ କରିଥିଲେ ପ୍ରଭାତୀ ପରିଡା । କାରଣ NPCI କ୍ଲିୟର ହୋଇନଥିଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇପାରିବ ନାହିଁ


ଏଥର ୨୦ ଲକ୍ଷ ହିତାଧିକାରୀ ପାଇବେ ଟଙ୍କା । ଯେଉଁମାନେ NPCI କରିନାହାନ୍ତି ସେମାନେ ସମସ୍ତେ ଯୋଗ୍ୟ ହିତାଧିକାରୀ । ସେମାନେ ପାରାମିଟରରେ ଆସୁଛନ୍ତି, କେବଳ ବ୍ୟାଙ୍କ ଲିଙ୍କ୍ ଅସୁବିଧା ଅଛି । ଆଉ ସେମାନଙ୍କୁ NPCI କରାଇ ନେବାକୁ ଅପିଲ କରିଥିଲେ ଉପ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚରେ ଦୁଇଟି କିସ୍ତିରେ ସୁଭଦ୍ରା କିସ୍ତି ଟଙ୍କା

ଯେଉଁମାନେ ଫେବୃଆରୀ ୮ରେ ନପାଇବେ, ସେମାନେ ଆବେଦନ କଲେ ସେମାନଙ୍କୁ ମାର୍ଚ୍ଚରେ ଦୁଇଟି କିସ୍ତିରେ ସୁଭଦ୍ରା କିସ୍ତି ଟଙ୍କା ଦିଆଯିବ । ଏକାବେଳେ ସେମାନେ ଦୁଇଟି ସୁଭଦ୍ରା କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ

କେଉଁମାନେ ସୁଭଦ୍ରା ଟଙ୍କା ପାଇବେନି?

ତେବେ କେଉଁମାନେ ସୁଭଦ୍ରା ଟଙ୍କା ପାଇବେନି? ଆବେଦନ କରିଥିଲେ ବି କଟିଯିବ ନାଁ । ଜାଣନ୍ତୁ ରାଜ୍ୟର ସରକାରଙ୍କ ଗାଇଡଲାଇନ୍ କଣ ରହିଛି । ଯେଉଁ ମହିଳାମାନେ ନିମ୍ନଲିଖିତ ମାନଦଣ୍ଡ ମଧ୍ୟରୁ କୌଣସିଟି ପୂରଣ କରନ୍ତି, ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ । ବା ସେମାନଙ୍କର ନାଁ କାଟି ଦିଆଯିବ

ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ । ସେହିଭଳି ୬୦ ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ଏମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟିଯିବ

ସେହିଭଳି ଯଦି କୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତା ଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ

ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ସେମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ସେହିଭଳି ଆୟକର ଦେଉଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ

ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body). କିମ୍ବା ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋସିଂ ଏଜେନ୍ସି ମାଧ୍ଯମରେ ନିୟୋଜିତ ସମସ୍ତ / କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ

ଯଦି ଅବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ । ସେହିଭଳି ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ଗାଡି ଥିଲେ ସୁଭଦ୍ରା ଟଙ୍କା ପାଇବେ ନାହିଁ 

Post a Comment