ଆଜି 'ଭାଲେଣ୍ଟାଇନ୍ସ ଡେ' ଅବସରରରେ ଭିକି କୌଶଳଙ୍କ ବହୁ ପ୍ରତୀକ୍ଷିତ ସିନେମା "ଛାଭା" ରିଲିଜ୍ ହୋଇଯାଇଛି ।ମୁକ୍ତିଲାଭ କରିବା ପରେ ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳୁଛି । ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ କରିବା ନେଇ ମେକର୍ସଙ୍କ ଆଶା ରହିଛି
ଗୁରୁତ୍ୱପୂର୍ଣ୍ଣ କଥା ହେଲ ଏହି ବର୍ଷ ମୁକ୍ତିଲାଭ କରିଥିବା ସମସ୍ତ ବଲିଉଡ ସିନେମା ଫ୍ଲପ୍ ହୋଇଛି। ଏପରି ପରିସ୍ଥିତିରେ, ଛାଭାର ଓପନିଂ ଡେ କଲେକ୍ସନ ଦେଖି ଲାଗୁଛି ଏହା ଚଳିତ ବର୍ଷ ବଲିଉଡର ପ୍ରଥମ ବ୍ଲକବଷ୍ଟର ସିନେମା ହୋଇପାରେ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତର ରିପୋର୍ଟ ଅନୁସାରେ, ଫିଲ୍ମଟି ୧୩.୧୮ କୋଟି ଟଙ୍କା ରୋଜଗାର କରିସାରିଛି ହେଲେ ଏହି ସଂଖ୍ୟାରେ ପରିବର୍ତ୍ତନ ମଧ୍ୟ ହୋଇପାରେ
ଟ୍ରେଡ୍ ୱେସାଇଟ୍ ସାନନିଲ୍କ ରିପୋର୍ଟ ଅନୁସାରେ, ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ଛାଭା ବକ୍ସ ଅଫିରେ ପ୍ରଥମ ଦିନରେ ଦମଦାର ଓପନିଂ କରିବାକୁ ଯାଉଛି । ରିଲିଜ୍ ପୂର୍ବରୁ ଛାଭାର ୧,୪୮,୩୭୫ଟି ଟିକେଟ୍ ବିକ୍ରି ହୋଇସାରିଥିଲା ଏବଂ ରିଲିଜ୍ ପୂର୍ବରୁ ଫିଲ୍ମଟି ୪.୨୧ କୋଟି ଟଙ୍କାର ରୋଜଗାର କରି ସାରିଥିଲା । ତେବେ ଆଶା କରାଯାଉଛି ପ୍ରଥମ ଦିନରେ ଦମଦାର ରୋଜଗାର କରିବ ଫିଲ୍ମ ଛାଭା ଯ ଛାଭାର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉତେକର। ଛତ୍ରପତି ଶିବାଜୀଙ୍କ ପୁଅ ଛତ୍ରପତି ଶମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ, ଭିକି କୌଶଳ ଶମ୍ଭାଜୀ ମହାରାଜଙ୍କ ଚରିତ୍ରରେ ନଜର ଆସୁଛନ୍ତି । ଅକ୍ଷୟ ଖନ୍ନା ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ସେହିପରି ରଶ୍ମିକା ମନ୍ଦାନା ସମ୍ଭାଜୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବାର ଦେଖିବା ପାଇଁ ମିଳୁଛି । ୧୩୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମରେ ବିନିତ କୁମାର ସିଂହ ଏବଂ ଆଶୁତୋଷ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି
Post a Comment