ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପଦବୀରେ ବମ୍ପର ଭର୍ତ୍ତି ପାଇଁ ସୁଯୋଗ । ଏହି ଭର୍ତ୍ତି ଇଣ୍ଡିଆ ପୋଷ୍ଟ ପକ୍ଷରୁ ଆୟୋଜିତ ହେବ । ଇଚ୍ଛୁକ ପ୍ରାର୍ଥୀ ୧୦ ଫେବୃଆରୀରୁ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଫିସିଆଲ ସାଇଟକୁ ଯାଇ କରିପାରିବେ । ନୋଟିଫିକେସନ ଅନୁଯାୟୀ, ଏଠାରେ ୨୧,୪୧୩ ଗ୍ରାମୀଣ ଡାକ ସେବକ ପଦବୀ ଖାଲିପଡିଛି
ପଦବୀ ବିବରଣୀ : ୨୧,୪୧୩
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୦ ଫେବୃଆରୀରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ କରିପାରିବେ
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥାରୁ ୧୦ମ ପରୀକ୍ଷା ପାସ୍ କରିଥିବା ଜରୁରୀ । ଏହାଛଡା ଗଣିତ ଏବଂ ଇଂଲିଶ ବିଷୟରେ ସର୍ବନିମ୍ନ ପାସ୍ ମାର୍କ ରଖିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍ ମିଳିବ
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧୨,୦୦୦ରୁ ୨୯,୩୮୦ ଟଙ୍କା ମାସିକ ଦରମା ମିଳିବ
କେମିତି କରିବେ ଆବେଦନ :
- ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
- ଏହାପରେ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
- ଆବଶ୍ୟକ ବିବରଣୀ ଭରିବା ପରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହେବ
- ଏହାପରେ ଆପ୍ଲାଏ ଅନଲାଇନ ଲିଙ୍କ ଉପରେ କ୍ଲିକ୍ କରି ଆବେଦନ ଫର୍ମ ପୂରଣ କରିବାକୁ ହେବ ।
- ନିର୍ଦ୍ଧାରିତ ଶୁଳ୍କ ଦେବା ପରେ ଆବେଦନ ଫର୍ମ ସବମିଟ୍ କରିବାକୁ ହେବ ।
- ଶେଷରେ ଜରୁରୀ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
- ଯଦି କୌଣସି ପ୍ରାର୍ଥୀ ଆବେଦନ କରିବା ସମୟରେ ଭୁଲ୍ କରିଥାଏ, ତେବେ ତ୍ରୁଟି ସଂଶୋଧନ ପାଇଁ ୬ରୁ ୮ ମାର୍ଚ୍ଚ ମଧ୍ୟରେ ସୁଧାରି ପାରିବ
- ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ
Post a Comment