ଶତାଧିକ ଗଛର ଚେର କାଟିଦେଲେ ଠିକାଦାର

ପର୍ଜଙ୍ଗ ବ୍ଳକ୍ ବଡକମର, ପାଟରପଦା, ବସୋଇ ଦେଇ ମୁକ୍ତାପଶି ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ଚାଲିଛି  ଏହି ରାସ୍ତାର ଆଶ୍ରମ ଛକଠାରୁ ବସୋଇ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଦୁଇକଡ଼େ ଜଙ୍ଗଲ
ରହିଛି  ପିଚୁ ରାସ୍ତା କଡ଼ରେ ଦେଢ଼ ମିଟରର ମାଟି ମୋରମ୍ ବାହାରୁ ଆଣି ନିର୍ମାଣ କରିବାର ନିୟମ ଥିବା ବେଳେ ଠିକାଦାର ସେହି ରାସ୍ତା କଡ଼ରୁ ମାଟି ଉଠାଇ ସେହିଠାରେ

କାମ ସାରିଦେଇଥିବା ଅଭିଯୋଗ ହୋଇଛି। ରାସ୍ତା କଡ଼ରେ ଥିବା ପୁରୁଣା ଶାଳ ଗଛଗୁଡ଼ିକର ଚେର କାଟି ମାଟି ଉଠାଯାଇଥିବା ମଧ୍ୟ ଅଭିଯୋଗ ହେଉଛି। ଏଭଳି ଗୋଟିଏ କି ଦୁଇଟି ଗଛ ନୁହେଁ, ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗଛର ଚେର କାଟି ଦିଆଯାଇଛି। ଫଳରେ ଖୁବ ଶୀଘ୍ର ଗଛଗୁଡ଼ିକ ଉପୁଡି ମରିଯିବା ଆଶଙ୍କା ରହିଛି

ଏ ନେଇ ଆଜି ପାଟରପଦ ଗ୍ରାମ୍ୟ କମିଟି ପକ୍ଷରୁ ପୂର୍ତ୍ତ ବିଭାଗ ଉଚ୍ଚଅଧିକାରୀ, ମହାବିରୋଡ଼ ରେଞ୍ଜରଙ୍କୁ ଜଣାଇ ଦିଆଯାଇଛି । ଚେର କଟିଥିବା ସମସ୍ତ ଗଛକୁ ସୁରକ୍ଷିତ ରଖିବା ସହ ମନମାନି ଚଳାଇଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମ୍ୟ କମିଟି ଦାବି କରିଛି | ନ ହେଲେ ଆଗାମୀ ଦିନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପାଟରପଦ ଗ୍ରାମ୍ୟ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଏସ୍ ସେଠୀ କୁହନ୍ତି, ମୁଁ ଏ ନେଇ ଖବର ପାଇ ଠିକାଦାରଙ୍କୁ ତାଗିଦ କରିଛି ପାଞ୍ଚ କିଲୋମିଟର ରେଡିୟସ୍ ଭିତରୁ ସେ
ମାଟି ମୋରମ ଆଣି ରାସ୍ତା ନିର୍ମାଣ କରିବା କଥା


Post a Comment