Home Unlabelled ସାବଧାନ! ଆପଣ ଅଧିକ ମାତ୍ରାରେ ପେନ୍ କିଲର୍ ଖାଉଛନ୍ତି କି ?
ସାବଧାନ! ଆପଣ ଅଧିକ ମାତ୍ରାରେ ପେନ୍ କିଲର୍ ଖାଉଛନ୍ତି କି ?
By Trending News Super 18 • March 16, 2025 • • Comments : 0
ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକତର ଲୋକଙ୍କୁ ମୁଣ୍ଡ ବ୍ୟଥା,ଶରୀର ବ୍ୟଥା ଏବଂ ଜ୍ବର ହୋଇଥାଏ। କେତେକ ଲୋକ ଏହି ସମମ୍ୟାରୁ ମୁକ୍ତି ପାଇବା ପାଇଁ ପେନ କିଲର ଖାଇଥାନ୍ତି। ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ସତ ହେଲେ ପରେ ଏହା ଆପଣଙ୍କ ଶରୀରକୁ ବହୁତ କ୍ଷତି ପହଁଚାଇ ଥାଏ। ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁଯେ ପେନ କିଲରକୁ ଖାଇବା ଦ୍ବାରା କଣ କ୍ଷତି ହୋଇଥାଏ
୧- ଯଦି ଆପଣଙ୍କୁ ହୃଦୟ ଜନିତ ସମସ୍ୟା ଥାଏ ତେବେ ଭୁଲରେ ମଧ୍ୟ ପେନ କିଲରର ବ୍ୟବହାର କରନ୍ତୁ ନାହିଁ। ଏକ ରିସର୍ଚ୍ଚ ଅନୁସାରେ ଇବୁପ୍ରୋଫେନ ପେନ କିଲରକୁ ଖାଇବା ଦ୍ବାରା ମୃତ୍ୟୁର ଭୟ ବଢ଼ି ଯାଇଥାଏ। ଯଦି ହୃଦଘାତ ରୋଗୀ ପେନ କିଲରର ବ୍ୟବହାର କରୁଛନ୍ତି ତେବେ ଏହାକୁ ଖାଇବା ଦ୍ବାରା ୫୯ ପ୍ରତିଶତ ମୃତ୍ୟୁର ଭୟ ବଢ଼ି ଯାଇଥାଏ
୨- ଅଧିକ ମାତ୍ରାରେ ପେନ କିଲର ଖାଇବା ଦ୍ବାରା ବହୁତ ସମସ୍ୟା ହୋଇଥାଏ। ଏହାଦ୍ବାରା ଡିପ୍ରେସନର ଭୟ ମଧ୍ୟ ବଢ଼ିଯାଇଥାଏ
୩- ଯେଉଁ ଲୋକ ଅଧିକ ମାତ୍ରାରେ ପେନ କିଲର ଖାଇଥାନ୍ତି ସେମାନଙ୍କର କିଡନି ଫେଲିୟରର ଭୟ ବଢ଼ିଯାଇଥାଏ। ଏହା କିଡନିରେ ଜେତେ ସମୟ ରହିଥାଏ ସେତିକି ସମୟ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ। ଯାହାଦ୍ବାରା କିଡନିକୁ କ୍ଷତି ପହଁଚିଥାଏ
Subscribe to:
Post Comments
(
Atom
)
Post a Comment